ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ(କେ ନ୍ୟୁଜ):  ଗଞ୍ଜାମ ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା କୋଦଳା ସହର ଡାକବଙ୍ଗଳା ନିକଟ ଖଦାଳ ସାହିରେ ହତ୍ୟାକାଣ୍ଡ ଘଟିଛି। ଘଟଣା ପରେ ୪ଟି ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ମୃତ ଯୁବକ ହେଲେ କାଳୁ ଦାଶ । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ କାଳୁ ଗାଁ ଛକକୁ ଯାଉଥିବାବେଳେ କିଛି ଲୋକ ତାଙ୍କୁ ଖଣ୍ଡା ଓ ଲୁହାରଡରେ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏବେ ବି ଉତ୍ତେଜନା ଲାଗି ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

 

 

Leave A Reply

Your email address will not be published.