ଛତୁ ତରକାରୀ ନେଲା ଜୀବନ; ଜଣେ ମୃତ ୩ ଗୁରୁତର

ସମ୍ବଲପୁର (କେନ୍ୟୁଜ୍) : ବିଷାକ୍ତ ଛତୁ ନେଲା ଜୀବନ। ବିଷାକ୍ତ ଛତୁ ଖାଇ ଜଣେ ମୃତ,୩ ଗୁରୁତର। ସମ୍ବଲପୁର କିସିଣ୍ଡା ଥାନା ହିରାଲୁଇ ଗାଁରେ ଏହି ଅଘଟଣ ଘଟିଛି। ଗୁରୁତର ୨ ଜଣଙ୍କୁ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ହିରାଲୁଇ ଗାଁର ରମେଶ ଲୁଗୁନି ନାମକ ଜଣେ ବ୍ୟକ୍ତି ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ଫେରିବା ବାଟରେ ସେ ଘରକୁ କିଛି ଛତୁ ଆଣିଥିଲେ। ରମେଶ ନିଜେ ଓ ତାଙ୍କ ସ୍ତ୍ରୀ ଛତୁ ତରକାରୀ ରାନ୍ଧି ଖାଇବା ସହ ପଡୋଶୀ ଘରର ଦୁଇ ଛୁଆଙ୍କୁ ଦେଇଥିଲେ। ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଯିବାରୁ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରମେଶଙ୍କ ସ୍ତ୍ରୀ ଅଞ୍ଚଳି ଲୁଗୁନଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଶିଶୁ ୨ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.