ପୋଲିସ କ୍ୟାମ୍ପରେ ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

ଉମରକୋଟ(କେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ବିଦ୍ୟୁତ ଆଘାତ ହୋଇ ଜଣେ କାର୍ଯ୍ୟରତ ଜିଲ୍ଲା ପୋଲିସ ଅଧିକାରୀ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ଯ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ରାଇଘର କୋଦଭଟା ସ୍ଥିତ ପୋଲିସ୍ କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଇସାକ୍ ହରିଜନ ଆଜି ସକାଳେ ଫୋନରେ କଥା ହୋଇ କ୍ୟାମ୍ପର ଝରକା ଗ୍ରିଲକୁ ଛୁଇଁ ଦେଲା ମାତ୍ରେ ବିଦ୍ୟୁତ୍ ଝଟକା ପାଇଥିଲେ ।

ଏହି ଆଘାତ ଦେଖି ଆଉ ଜଣେ ଯବାନ ଟଙ୍କ ସଉରା ସ୍ୱିଚ ଅଫ୍ କରିବାକୁ ଯାଇ ସେ ମଧ୍ଯ ଆଘାତ ପାଇଲେ । ଇସାକ୍ ହରିଜନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଟଙ୍କଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଇସାକ୍ ହରିଜନଙ୍କ ଘର ନବରଙ୍ଗପୁର ଜିଲ୍ଲାର ଜଟାବାଲ ଗ୍ରାମରେ ବୋଲି ସୂଚନା ମିଳିଛି । କ୍ୟାମ୍ପ କ୍ବାଟର୍ର ଟିଣରେ ସଟ୍‌ସର୍କିଟ ଯୋଗୁଁ ଏଭଳି ଅଘଟଣା ଘଟିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.