ଗୁଦୁରାମୁଣ୍ତା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବରଗଡ଼ : ଗୁଦୁରାମୁଣ୍ତା ଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ , ୪ ଜଣ ଗୁରୁତର । କୁଚିଆ ମଦଭାଟି ଠିକାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଛି। ମୃତକ ମହେଶ୍ବର ବେହେରା। ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ପଞ୍ଚାୟତ ଗୁଦୁରାମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ବର୍ଷେ ହେବ ମଦ ଭାଟିକୁ କନବାର ଗାଁର ମହେଶ୍ୱର ବେହେରାଙ୍କୁ ଠିକାରେ ଦିଆଯାଇଥିଲା । ଏହାକୁ ନେଇ ଗାଁର ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ ।
ମହେଶ୍ୱର ଓ ତାଙ୍କ ଦୁଇ ଭାଇ ଗାଁକୁ ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ମରଣାନ୍ତକ ଆକ୍ରମଣ ଯୋଗୁଁ ଘଟଣା ସ୍ଥଳରେ ମହେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଭେଡେନ ଥାନା ପୋଲିସର ତଦନ୍ତ ଜାରି ରହିଛି।