ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ, ଘଟଣାସ୍ଥଳରେ ରାସ୍ତାରୋକ

ଢେଙ୍କାନାଳ : ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ । ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ରାସ୍ତାରୋକ ହୋଇଥିଲା । ଟ୍ରାକ୍ଟର ଡ୍ରାଇଭରକୁ ଟାଉନଥାନା ପୋଲିସ ଥାନାରେ ଅଟକ ରଖିଛି। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମୀନା ବଜାରରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ମୀନାବଜାରର ୨୫ ବର୍ଷୀୟ ହ୍ରିତିକ ତନ୍ନା । ହ୍ରିତିକ ସଉଦା କିଣିବାକୁ ଦୋକାନକୁ ଯାଉଥିବା ବେଳେ ତାଙ୍କୁ ଟ୍ରାକ୍ଟର ଚାପି ଦେଇଥିଲା।