ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି

କାମାକ୍ଷାନଗର : ପୁଣି ଏକ ହାତୀର ମୃତ୍ୟୁ। ଗାଁ ନିକଟରେ ଦନ୍ତା ହାତୀର ମୃତଦେହ ଠାବ ।  କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ମୃତ ଦେହ ଠାବ ହୋଇଛି ।  ମୃତ ହାତୀର ଆନୁମାନିକ ବୟସ ୨୫ ରୁ ୩୦ ବର୍ଷ ହେବ।  ତେବେ ହାତୀର କିପରି ମୃତ୍ୟୁ ହେଲା କାରଣ ସ୍ପଷ୍ଟ ହୋଇନି।

ଅନ୍ୟ ଏକ ଦନ୍ତା ସହ ସଂଘର୍ଷରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।  ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।  ସୂଚନା ଅନୁସାରେ,ସୁନାଝରି ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ନେଇ କେତେଜଣ ଗ୍ରାମବାସୀ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସୁନାଝରି ଜଙ୍ଗଲରେ ଥିବା ହାତୀପଲ ମଧ୍ୟରେ ଥିବା କିଛି ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ଲାଗିବାରୁ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

Also read: ଆଠଗଡ଼ ବନଖଣ୍ଡରେ ଆଉ ଏକ ହାତୀର ମୃତ୍ୟୁ, କରେଣ୍ଟ ଲାଗି ଗଲା ଦନ୍ତାର ଜୀବନ