ଟଙ୍କା ନେଣଦେଣକୁ ନେଇ ହତ୍ୟା, ସାଙ୍ଗର ଠେଙ୍ଗା ମାଡ଼ରେ ସାଙ୍ଗର ମୃତ୍ୟୁ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଟଙ୍କା ନେଣଦେଣକୁ ନେଇ ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟା କଲା ସାଙ୍ଗ ।

ସୂଚନା ମୁତାବକ ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁର ପିଣ୍ଟୁ ସାହୁ ଓ ବନ୍ଦେପଦର ଗାଁର ସୁଶୀଲ ସାହୁ ଦୁଇଜଣ ଭଲ ସାଙ୍ଗ ଥିଲେ । ଗତକାଲି ରାତିରେ ସୁଶୀଲ ଓ ପିଣ୍ଟୁଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ବଚସା ହୋଇଥିଲା । ଏହି ସମୟରେ ପିଣ୍ଟୁ ରାଗିଯାଇ ସୁଶୀଲକୁ ଠେଙ୍ଗାରେ ପିଟିବା ଦ୍ୱାରା ସୁଶୀଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।  ସାଙ୍ଗର ମୃତ୍ୟୁ ଦେଖି ପିଣ୍ଟୁ ଘଟଣାସ୍ଥଳରୁ ଫେରାର ମାରିଥିଲା । ତେବେ ବିଳମ୍ବିତ ରାତ୍ରିରେ ଖପ୍ରାଖୋଲ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ହେପାଜତରେ ରଖି ଅଧିକ ତଦନ୍ତ ଜାରୀ ରଖିଛି ।

 

ଆହୁରି ପଢ଼ନ୍ତୁ : ମୟୂରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ: ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼