ମଝି ନଦୀରେ ବ୍ରିଜକୁ ବାଡେଇଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡ଼ି ଓ ଚାନ୍ଦବାଲିକୁ ସଂଯୋଗ କରୁଥୁବା ତିନିତର ଘାଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଘାଟ ଡ଼ଙ୍ଗା । ଡ଼ଙ୍ଗାରୁ ନଦୀକୁ ଜଣେ ବୃଦ୍ଧ ଗଳି ପଡିବାରୁ ଗୁରୁତର ହୋଇ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧ ତେନ୍ତୁଳିଡ଼ିହି ଗାଁର ଉମାକାନ୍ତ ପତ୍ରି ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆରଡ଼ି ପଟୁ ଆର ପଟକୁ ଯାତ୍ରୀ ନେଇ ଡ଼ଙ୍ଗା ଯାଉବା ସମୟରେ ନଦୀରେ ମେଘା କମାନୀ ତରଫରୁ ପାଇପ ପାଣି ବ୍ରିଜରେ ବାଡେଇ ହୋଇଥିଲା । ଫଳରେ ଡ଼ଙ୍ଗା ଚହଲି ବୃଦ୍ଧ ନଦୀ ମଝିକୁ ଗଳି ପଡିଥିଲେ । ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ଆରଡ଼ି ଫାଣ୍ଡି ପୋଲିସ ତିନିତାର ଘାଟରେ ପହଂଚି ତଦନ୍ତ ଆରମ୍ଭ କରିଛି ।