ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ଆହତ

ମହାକାଳପଡ଼ା(କେନ୍ୟୁଜ): ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ଆହତ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଂଚାୟର କଜଳ ପାତିଆ ଗାଁରେ ଘଟିଛି ଏହି ଘଟଣା। ଏକ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ଆହାତ ହୋଇଛନ୍ତି ।

ଉକ୍ତ ଗ୍ରାମର ବାବୁଲ ପାତ୍ର ଭୋର ସମୟରେ ନିକଟସ୍ଥ ଜଙ୍ଗଲ ପାଖରେ ଯାଉଥିବା ସମୟରେ ହଠାତ୍  ବାରହା ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.