ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଆନ୍ଧ୍ରରୁ ପାଟଣା ଯାଉଥିଲା ବେଳେ ଭାରସାମ୍ୟ ହରାଇ ପୋଲତଳକୁ ଖସି ପଡି ଥିଲା । ଯାହା ଫଳରେକି ତହସିଲ ରାସ୍ତାରେ ଟ୍ରକ ଟି ଓଲଟି ପଡିଵାରୁ କିଛି ସମୟ ଯାତ୍ରାୟାତା ରେ ବାଧାସୃଷ୍ଟି ହୋଇଛି । ମୃତକ ଜଣକ ଟ୍ରକ ଭିତରେ ଚାପି ଯାଇ  ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାର ଜଣା ପଡିଛି । ମୃତକ ଗାଡ଼ି ଡ୍ରାଇଭର  ଥିବା ବେଳେ ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ର ଅଞ୍ଚଳର  ଶ୍ରୀ ନିଵାସ  ରାଓ ମଣ୍ଡଳବୋଲି ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି । ହେଲଫର ସୁରକ୍ଷିତ ଅଛି । ଭୋର ସମୟରେ ଦୁର୍ଘଟଣା ଘଟିଛି ।

You might also like