ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ

ଅଟୋ ଦୁର୍ଘଟଣାରେ ଜଣେ ମୃତ । ଗାଁରେ ଶୋକାକୁଳ ପରିବେଶ ।

ଆନନ୍ଦପୁର : ଅଟୋ ଦୁର୍ଘଟଣାରେ ଜଣେ ମୃତ । ଗାଁରେ ଶୋକାକୁଳ ପରିବେଶ । ଜାତୀୟ ରାଜପଥ 20 ର ରାମଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାସ୍ତା ତଳକୁ ଅଟୋ ଖସି ପଡିବାରୁ  ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ରାମଚନ୍ଦ୍ରପୁର ଥାନା ପଞ୍ଚରା ଗାଁର ରାଇଲା ବିବି ତାଙ୍କ ଝିଅ ଓ ନାତୁଣୀକୁ ଧରି ତରାକୁଟିରୁ ଗାଁକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ତଳକୁ ପ ଲଟି ପଡିଥିଲା । ଫଳରେ ଅଟୋ ରେ ବସିଥିବା ରାଇଲା ବିବି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଓ ନାତୁଣୀ ଗୁରୁତର ହୋଇ ହୋଇ ସାଇଁକୁଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।