ବାଇକ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା : ଜଣେ ମୃତ, ୨ ଗୁରୁତର

ଯାଜପୁର ରୋଡ଼ : ଯାଜପୁର ପାଣିକୋଇଲି ଥାନା ସଠିପୂର ଛକ ନିକଟରେ ବାଇକ ଉପରେ ମାଡ଼ିଗଲା ବାଲି ବୋଝେଇ ହଇୱା । ଦୁର୍ଘଟଣାସ୍ଥଳରେ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତରେ ୨ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଯାଜପୁର ଟାଉନ ସଠିପୁର ରାସ୍ତା ଅବରୋଧ କରାଯାଇଛି । ମୃତକ ହେଲେ ଯାଜପୁର ଅଗସ୍ତି ବଗିଚା ଅଂଚଳର ପ୍ରମୋଦ ବେହେରା।

You might also like