ଆନନ୍ଦପୁର ଥାନା ଚାରିନାଳିଆ ନିକଟରେ ବାଇକ ଦୁର୍ଘଟଣା, ଚାଲିଗଲା ମନ୍ଦିର ପୂଜକ ଜୀବନ

ଆନନ୍ଦପୁର(କେନ୍ୟୁଜ୍): ବାଇକ ଦୁର୍ଘଟଣାରେ ମନ୍ଦିର ପୂଜକ ମୃତ। ଆନନ୍ଦପୁର ଥାନା ଚାରିନାଳିଆ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ। ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକିରପୁର ଗାଁର ସତ୍ୟାନନ୍ଦ ପତି ନିଜ ଶ୍ବଶୁର ଘର ବସନ୍ତିଆରୁ ଅନ୍ୟ ଜଣକ ବାଇକରେ ଆସୁଥିବା ସମୟରେ ଚାରିନାଳିଆ ନିକଟରେ ସେମାନଙ୍କୁ ଆଉ ଗୋଟିଏ ଗାଡି ଧକ୍କା ଦେଇଥିଲା।

ସତ୍ୟାନନ୍ଦ ଗାଡିରୁ ଛିଟିକି ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.