ଭଦ୍ରକ ବାସୁଦେବପୁର ଅଲବଗା ଛକ ନିକଟରେ ବାଇକକୁ ଧକ୍କା ଦେଲା ବାଇକ୍, ଜଣେ ମୃତ

ବାସୁଦେବପୁର: ବାସୁଦେବପୁର ଭଦ୍ରକ ରାସ୍ତାର ଅଲବଗା ଛକ ନିକଟରେ ମୋଟର ସାଇକେଲ ଧକ୍କାରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ବାଇକ ଧରି ଅଲବଗା ଗ୍ରାମର ମନୋରଂଜନ ସାହୁ ରାସ୍ତା କଡରେ ଛିଡା ହୋଇଥିବା ବେଳେ ବାସୁଦେବପୁରରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକ୍ ରାସ୍ତାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା।

ତେବେ ମନୋରଂଜନ ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡିଥିଲେ। କିଛି ସମୟ ଭିତରେ ପେଟ୍ରୋଲିଙ୍ଗ କରିବାକୁ ଯାଉଥିବା ପୋଲିସର ନଜର ସମସ୍ତଙ୍କ ଉପରେ ପଡିଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରେ ମନୋରଂଜନଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସର ଏହି ମହାନତାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.