ବୌଦ୍ଧ ବାସୁଦେବପାଲି ନିକଟରେ ବାଇକକୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ
କଣ୍ଟାମାଳ(କେନ୍ଯୁଜ୍): ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ । ବୌଦ୍ଧ ଜିଲ୍ଲା ବାସୁଦେବପାଲି ନିକଟରେ ଭୋର ୪ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ଚୌରିଆଁପଦର ଗାଁର ଶ୍ଯାମ ସୁନ୍ଦର ସାହୁ ସୋନପୁରର ସୁଦାମ ସେଠଙ୍କୁ ଏକ ବାଇକରେ ବାସଇ ମନମୁଣ୍ଡା ଗାନ୍ଧି ଛକରୁ ବାହାରିଥିଲେ । ଜାତୀୟ ରାଜପଥ କଡ ବାସୁଦେବପାଲିଠାରେ ଥିବା ପେଟ୍ରୋଲ ପମ୍ପକୁ ତେଲ ଭର୍ତି କରିବାକୁ ଯିବା ସମୟରେ ଏକ ଅଜଣା ଚାରିଚକିଆ ଗାଡି ବାଇକକୁ ଧକ୍କାଦେଇ ଫେରାର ହୋଇ ଯାଇଥିଲା ।
ଯାହାଫଳରେ ବାଇକରେ ଥିବା ଉଭୟ ଆରୋହୀ ତଳେ ପଡିଯାଇଥିଲେ। ସେମାନଙ୍କୁ ତୁରନ୍ତ ମନମୁଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ଶ୍ଯାମସୁନ୍ଦର ସାହୁଙ୍କୁ ମୃତ ଘୋଷଣା କରିଥିବାବେଳେ ଆହତ ସୁଦାମଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ମନମୁଣ୍ଡା ପୋଲିସ ଶବକୁ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି ।