କେନ୍ଦୁଝର ଗମ୍ଭାରିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରଲର ପଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ମନୋହରପୁର ମୁଖ୍ୟ ରାସ୍ତାର ଗମ୍ଭାରିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା କଡରେ ଛିଡା ହୋଇଥିବା ଟ୍ରଲର ପଛରେ ଏକ ବାଇକ ପିଟି ହେବାରୁ ଘଟଣା ସ୍ଥଳରେ ବାଇକ ଆରୋହୀ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ପଟାବାରୀ ଗ୍ରାମର ଶୁଶାନ୍ତ ପାତ୍ର ।

ମିଳିଥିବା ସୂଚନା ଅନୁସାରେ କାମ ସାରି ସୁଶାନ୍ତ ତାଙ୍କ ଘର ପଟାବାରୀକୁ ବାଇକ ଯୋଗେ ଫେରୁଥିବା ସମୟରେ ଗମ୍ଭାରିଆ ଛକରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଇଲେକ୍ଟ୍ରିକ ପୋଲ ବୋଝେଇ ଟ୍ରଲର ପଛରେ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପ୍ରଶାନ୍ତର ମୃତ୍ୟୁ ହୋଇଥିଲା । ଖବର ପାଇ ହରିଚନ୍ଦନପୁର ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.