ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର

ଜଗତସିଂହପୁର : ଦୁଇଟି ବାଇକ ମୁହାଁମୁହିଁ ଧକ୍କା । ବାଲିକୁଦା ଥାନା ଇଚ୍ଛାପୁର ବଜାର ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ କଟକ ଓ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଇକ ମୁହାଁମୁହିଁ ଧକ୍କା ହେବାରୁ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ମିକଚର ଟ୍ରକରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଏରସମା ବ୍ଲକ ପଞ୍ଚପଲ୍ଲୀ ଅଞ୍ଚଳର ଆଶୁତୋଷ ଓଝା (୪୨) ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ବାଲିକୁଦା ପୋଲିସ ପହଞ୍ଚି ଗାଡ଼ିଗୁଡ଼ିକ ସିଜ୍ କରି ତଦନ୍ତ ଆରମ୍ଭ କରିଛି ।