ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ, ୯ ମହିଳା ଗୁରୁତର

ନୟାଗଡ଼ : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ଜଣେ ମୃତ,୯ ଜଣ ମହିଳା ଗୁରୁତର । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଯାକେଡ଼ାରେ ଦୁର୍ଘଟଣା ଘଟିଛି । ବିଲ କାମ କରିବାକୁ ଡୁଡୁଙ୍ଗି ଗାଁର ୧୭ ଜଣ ମହିଳା ଏକ ଡାଲା ଅଟୋରେ ଯାଉଥିଲେ । ଯାକୋଡ଼ାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନାବାଳିକା ସୁକାନ୍ତି ବେହେରା । ଅନ୍ୟ ୯ ଗୁରୁତରଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।