ଭୋଜି ଖାଇ ଫେରିବା ବେଳେ ବାଇକ୍ ଧକ୍କା, ଜଣେ ମୃତ

ଦଶପଲ୍ଲା : ଦଶପଲ୍ଲା ଥାନା ଡ଼ମାହାଣ୍ଡି ଛକ ନିକଟରେ ଗଛରେ ବାଇକ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଖମାର ସାହି ଏବଂ  ବାଘୁଆ ବେରେଣୀ ଗ୍ରାମର ଦୁଇ ସାଙ୍ଗ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗ୍ରାମକୁ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ଭୋଜି ସାରି ଭୋର ସମୟରେ ଘରକୁ ବାଇକ୍ ରେ  ଫେରିବା ରାସ୍ତାରେ  ଡ଼ମାହାଣ୍ଡି  ଛକ ନିକଟରେ  ଭାରସାମ୍ୟ ହରାଇ ଏକ ଗଛରେ ବାଇକ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଜଣକର ପ୍ରାଣ ଚାଲି ଯାଇଥିଲା । ମୃତକ ପ୍ରଫୁଲ୍ଲ ପ୍ରଧାନ ହୋଇଥିବା ବେଳେ  ଏବଂ ଅନ୍ୟଜଣେ  ଗୁରୁତର ରଞ୍ଜିତ ବେହେରା ବୋଲି ଜଣାପଡିଛି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।, ଖବର ପାଇ ଦଶପଲ୍ଲା ପୋଲିସ ମୃତ ଦେହ ଜବତ କରିବା ସହ  ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

You might also like