ଖୋର୍ଦ୍ଧା ଦୁର୍ଗାପୁର ଗାଁରେ ଜଣଙ୍କୁ ଦଳି ମାରିଲା ହାତୀ, ଆଉ ୩ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧାରେ ହାତୀ ଉପଦ୍ରବ । ଧଉଳିମୂହଁ ପଞ୍ଚାୟତ ରାମଚଣ୍ଡିର  ରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ଜଣ ଗୁରୁତର ହୋଇଛନ୍ତି । ମୃତ ହେଲେ ମଞ୍ଜୁଲତା ବେହେରା । ଆଜି ଭୋରରେ ଶୌଚ ହେବାକୁ ଯାଇଥିବା ବେଳେ ମାଇ ହାତୀ ହଠାତ ଆକ୍ରମଣ କରିଥିଲେ ।

ମଞ୍ଜୁଲତାଙ୍କୁ ହାତୀ ଟେକି ଫୋପାଡି ଦେଇଥିଲା । ଘଟଣା ସ୍ଥଳରେ ସେ ଆଖି ବୁଜିଥିଲେ । ପରେ କ୍ରମାଗତ ଭାବେ ହାତୀ ଜଣକ ପରେ ଜଣକୁ ଆକ୍ରମଣ କରିଥିଲା । ଆହତଙ୍କୁ ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.