ଗଞ୍ଜାମ ସିଙ୍ଗିପୁର ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ପିଟି ହେଲା ବାଇକ୍: ଜଣେ ମୃତ, ଜଣେ ଆହତ

ଭଞ୍ଜନଗର(କେନ୍ଯୁଜ୍): ବାଇକ୍ ଦୁର୍ଘଟଣା । ଜଣେ ମୃତ, ଜଣେ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ସିଙ୍ଗିପୁର ଗାଁ ନିକଟରେ। ଏହି ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

ତେବେ ମୃତକ ହେଉଛନ୍ତି ନିମିନା ଗାଁର ରାଜେନ୍ଦ୍ର ଚର୍ଚ୍ଚି । ସେ ବାଇକରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡରେ ପିଟି ହୋଇଯାଇଥିଲା । ତେବେ ବାଇକରେ ଥିବା ଅନ୍ଯ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.