କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍ ଦୁର୍ଘଟଣା, ଜଣେ ମୃତ । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାରେ ପାଖାପାଖି ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସ୍ନେହା ସଫାରି ନାମକ ବସ୍ ରାଉରକେଲାରୁ ଢେଙ୍କିକୋଟ ବରଯାତ୍ରୀ ଧରି ଆସିଥିଲା। ତେବେ ଫେରିବା ବେଳକୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।