ଘର ଆଗରେ ଶୋଇଥିବାବେଳେ ଭାରସାମ୍ୟ ହରାଇ ଚଢିଗଲା ଆଳୁ ବୋଝେଇ ଟ୍ରକ୍: ଆଖି ବୁଜିଲେ ସ୍ତ୍ରୀ, ସ୍ୱାମୀ ଗୁରୁତର

କଳାହାଣ୍ଡି: ଦୁର୍ଘଟଣାରେ ଆଖି ବୁଜିଲେ ସ୍ତ୍ରୀ, ସ୍ୱାମୀ ଗୁରୁତର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ କନ୍ତେଶୀର ଗାଁରେ ମୋହନ ରଣା ଓ ତାଙ୍କ ସ୍ତ୍ରୀ ମଦନୀ ରଣା ଘର ଆଗରେ ଶୋଇଥିଲେ ।

ବଲାଙ୍ଗିର ଆଡୁ ଆସୁଥିବା ୧୪ ଚକିଆ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଉଭୟଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ମଦନୀ ରଣାଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ମୋହନ ରଣାଙ୍କ ଅବସ୍ଥା ସ୍ଥିର ଅଛି । ଡ୍ରାଇଭର ଫେରାର ଅଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.