ହାତୀ ଆକ୍ରମଣରେ ଜଣେ ମୃତ, ଭୋରୁ ଶୌଚ ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ

ବଣାଇ : ହାତୀ ଆକ୍ରମଣରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ସୋଲ୍ ରେଞ୍ଜ ର ଟୁକୁଡା ଗାଁ ନିକଟରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ୪୩ ବର୍ଷୀୟ ରାଜେଶ ମୁଣ୍ଡା ଆଜି ଭୋରୁ ଶୌଚ କରିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ହଠାତ୍ ହାତୀ ଟି ରଜେଶଙ୍କୁ ଶୁଣ୍ଢରେ ଟେକି କଚାଡି ଦେବା ପରେ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାଜେଶଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି ।