ଗୋଡାଇ ଗୋଡାଇ ଭୁଜାଲି ଓ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ସମ୍ବଲପୁର(କେନ୍ଯୁଜ୍): ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ। ଗୋଡାଇ ଗୋଡାଇ ଭୁଜାଲି ଓ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ। ବଞ୍ଚାଇବାକୁ ଯାଇ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଆହତ। ସମ୍ବଲପୁର କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ପୁରୁଣା ଗୁରବାର ବଜାର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ପ୍ରକାଶ ପ୍ରଧାନ।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଥିବାବେଳେ ଆଉ କିଛି ଫେରାର ହୋଇଯାଇଛନ୍ତି।