ଛତିଶଗଡ଼ରେ ଥମୁନି IED ବିସ୍ଫୋରଣ, ଜଣେ ମୃତ, ଜଣେ ଗୁରୁତର

ମାଲକାନଗିରି: ଛତିଶଗଡ଼ରେ ଥମୁନି IED ବିସ୍ଫୋରଣ । ପୁଣି IED ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର । ଛତିଶଗଡ଼ ନାରାୟଣପୁର କୁତୁଲ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା IED ବିସ୍ପୋରଣ ହୋଇଛି । ବିସ୍ଫୋରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନାରାୟଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୫ତାରିଖରେ ମଧ୍ୟ ନାରାୟଣପୁର ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ IED ବିସ୍ଫୋରଣ ହୋଇଥିଲା । ସେଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ ।