କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡି, ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ସେ ପେସାରେ ଜଣେ ବାଣୁଆ । ବାଣ ବିସ୍ଫୋରଣରେ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ବାଣ ବିସ୍ଫୋରଣରେ ଆହତ ୩୪ ଜଣ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ଆଇସିୟୁରେ ଚିକିତ୍ସିତ ହେଉଥିବା ୧୧ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗତ ୨୩ ତାରିଖରେ କାର୍ତ୍ତିକେଶ୍ୱର ଭସାଣ ଉତ୍ସବ ବେଳେ ବାଣ ପ୍ରତିଯୋଗିତାରେ ନିଆଁ ଝୁଲ ବାଣଗଦା ଉପରେ ପଡ଼ିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ପୂଜା କମିଟିର ୩ ଜଣଙ୍କୁ ଗିରଫ କରିଛି ସଦର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.