ବଜ୍ରପାତରେ ଜଣେ ମୃତ, ସୋର ଖଇରା ଥାନା ଚକ୍ରଧରପୁରରେ ଅଘଟଣ

ବଜ୍ରପାତରେ ଜଣେ ମୃତ । ସୋର ଖଇରା ଥାନା ଚକ୍ରଧରପୁରରେ ଅଘଟଣ । ମୃତକ ହେଲେ ଖଇରା ଥାନା ଅନ୍ତର୍ଗତ ତରାଙ୍ଗ ଗ୍ରାମ ର ଦିବ୍ୟାଂଶୁ ସେଠୀ । ସେ ଘରକୁ ଫେରିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ l ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଖଇରା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l