ବଜ୍ରପାତ ନେଲା ଜୀବନ, ଝିଅର ମୃତ୍ୟୁ, ବାପା ଗୁରୁତର

କରଞ୍ଜିଆ : ବଜ୍ରପାତ ନେଲା ଜୀବନ । ଏପରି ଅଘଟଣ ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ । ଆଜି ଅପରାହ୍ନ ୩ ଟା ସମୟରେ ହଠାତ କାଳ ବୈଶାଖୀ ହୋଇଥିଲା । ଯାହା ଫଳରେ ପ୍ରବଳ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା । ସେହି ସମୟରେ ଘର ବାରଣ୍ଡାରେ ବସିଥିବା ଖୁଦୁରା ନାଏକ ଏବଂ ତାଙ୍କ ଝିଅକୁ ହଠାତ ବିଜୁଳି ମାରିଥିଲା ।
ଫଳରେ ଉଭୟ ଘଟଣା ସ୍ଥଳରେ ଟଳିପଡିଥିଲେ । ତେବେ କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ବି ଝିଅ ସମ୍ବାରିକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ବାପାକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରା ଯାଉଥିବା ଜାଣିବାକୁ ମିଳିଛି ।