ଡ୍ରେନ କାମ କରୁଥିବା ବେଳେ ଅଘଟଣ, କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ

କଟକ : ଡ୍ରେନ ନିର୍ମାଣ ବେଳେ ଅଘଟଣ ।  ପାଚେରୀ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଟକ ପଟାପୋଲୋ ଅଞ୍ଚଳର ଶଙ୍କରି । କଟକ ବିଡାନାସି ଏକ ନମ୍ବର ୱାର୍ଡ ରେ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପାଞ୍ଚ ଜଣ ଶ୍ରମିକ କାମ କରୁଥିଲେ ।  ସେହି ସମୟରେ ଡ୍ରେନକୁ ଲାଗିକି ଥିବା ପାଚେରୀଟି ଦୁଇ ଜଣ ଶ୍ରମିକଙ୍କ ଉପରେ ପଡି ଯାଇଥିଲା  ।

ଦୁଇ ଶ୍ରମିକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ  ।  ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇ ଚିକିତ୍ସତ ହେଉଛନ୍ତି ।  ସେପଟେ କାମ କରୁଥିବା ସମୟରେ ଏହାର ତଦାରଖ କରିବା ପାଇଁ ଠିକାଦାର କି ସୁପର ଭାଇଜର ଉପସ୍ଥିତ ନଥିଲେ  ।  ତା ସହ ଠିକାଦର ଶ୍ରମିକକୁ କାମରେ ଲଗାଇବା ସହ ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ଦେଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।