ରାଜ୍ୟ ସରକାର ଅର୍ଡର ଦେଇଥିବା କୋଭିସିଲ୍ଡ ଭ୍ୟାକସିନ୍‌ ଭୁବନେଶ୍ୱରରେ ପହଞ୍ଚିଲା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲା ରାଜ୍ୟ ସରକାର ଅର୍ଡର ଦେଇଥିବା କୋଭିସିଲ୍ଡ ଭ୍ୟାକସିନ୍‌ । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍ଡର ଲକ୍ଷେ ଡୋଜ୍‌ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି । ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଏହି ଟିକା ଦିଆଯିବ । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ସିଧା କଂପାନୀଠାରୁ ଟିକା କିଣୁଛନ୍ତି । ଏଥିପାଇଁ ସେରମ ଇନିଷ୍ଟିଚ୍ୟୁଟକୁ ଚିଠି ଲେଖିଥିଲେ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସେରମକୁ ମେ ୩୧ ସୁଦ୍ଧା ୪୦ ଲକ୍ଷ ଡୋଜ୍‌ ପାଇଁ ଅର୍ଡର କରାଯାଇଥିଲା । କଂପାନୀ ୪ ଲକ୍ଷ ୭୮ ହଜାର କୋଭିସିଲ୍‌ଡ ଦେବାକୁ ପ୍ରତିଶ୍ରୁତି ଦେଇଛି। ୧୫ କୋଟି ଟଙ୍କା ସରକାର ପଇଠ କରି ସାରିଛନ୍ତି। ସେହିପରି ଆସନ୍ତା ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ବଳକା ୬୦ଲକ୍ଷ ଡୋଜ ଟିକା ଯୋଗାଇ ଦେବାକୁ କହିଥିଲେ ରାଜ୍ୟ ସରକାର ।

Leave A Reply

Your email address will not be published.