ତାଳଚେର MCL ଭରତପୁର କୋଇଲା ଖଣି ଧସିବା ଘଟଣା: ୪ ମୃତ, ୩ ନିଖୋଜଙ୍କୁ ଠାବ ଲାଗି ଚାଲିଛି ଉଦ୍ଧାର କାର୍ଯ୍ୟ

ତାଳଚେର(କେନ୍ୟୁଜ୍): ତାଳଚେରରେ ଏମସିଏଲ୍‌ କୋଇଲା ଖଣିରେ ଡମ୍ପିଂୟାର୍ଡର କାନ୍ଥ ଭୁଶୁଡ଼ିବା ଘଟଣାରେ ଏବେବି ୩ ଜଣଙ୍କ ସନ୍ଧାନ ମିଳିପାରି ନାହିଁ । ଫସି ରହିଥିବା ୨ ଠିକା କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡଙ୍କ ପତ୍ତା ମିଳିନାହିଁ । ଆଜି ବି ଏନଡିଆରଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କୁକୁଡ଼ାଙ୍ଗ ଗାଁର ହାଇଓ୍ଵା ଅପରେଟର ପୁପୁନ ବିଶ୍ୱାଳ । ଗତକାଲି ଏମସିଏଲ୍‌ କୋଇଲା ଖଣି ଭିତରେ ୧୩ ଜଣ କାମ କରୁଥିବା ବେଳେ ହଠାତ୍‌ ଡମ୍ପିଂ ୟାର୍ଡ କାନ୍ଥ ଭୁଶୁଡ଼ିବାରୁ କୋଇଲା ଧସି କର୍ମଚାରୀମାନେ ଚାପି ହୋଇଯାଇଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା? ଏଥିପାଇଁ କିଏ ଦାୟୀ? ଏମସିଏଲ୍‌ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ନା ଠିକା ସଂସ୍ଥାର ଢିଲା ସୁରକ୍ଷା ବ୍ୟବସ୍ଥା? ଯାହା ଏବେ ତଦନ୍ତ ପରିସର ଭୁକ୍ତ ।

You might also like