ଛିଡିଲା ମୃତ୍ୟୁର ତାର : ଜଣେ ମୃତ ଆଉ ଜଣେ ଆହତ

କ୍ଷତିପୂରଣ ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ସ୍ଥାନୀୟଲୋକ

ମୃତ୍ୟୁ କେତେ ବେଳେ କେଉଁ ରୁପରେ ଆସିଥାଏ ତାହା କାହାକୁ ଜଣାନଥାଏ । ଭଦ୍ରକ ଜିଲ୍ଲା ପଞ୍ଚୁଟିକିରୀ ଗାଁରେ ଇଲେଭେନ୍ କେଭି ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ଭଦ୍ରକ ଜିଲ୍ଲା ପଞ୍ଚୁଟିକିରୀ ଗାଁର ଶାନ୍ତନୁ ପାତ୍ର ଜଣାପଡ଼ିଥିବା ବେଳେ ସେ କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ ।

ସକାଳ ସମୟରେ ଶାନ୍ତନୁ ତାଙ୍କ ସାଙ୍ଗ ସହ ବାଇକ୍ରେ ଯାଉଥିବା ବେଳେ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ପାଣିକୋଇଲି ଛକ ନିକଟରେ ଇଲେକ୍ଟ୍ରିକ୍ ଛିଡ଼ିଥିବା ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଶାନ୍ତନୁଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସାଙ୍ଗ ଦୂରକୁ ଛିଟିକି ପଡିଥିଲେ। ଆହତଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାକୁ ନିୟନ୍ତ୍ରିତ କରୁଛି ।

Leave A Reply

Your email address will not be published.