ଖୋର୍ଦ୍ଧା: ପାରିବାରିକ କଳହରୁ ବେଗୁନିଆରେ ଗର୍ଜିଲା ବନ୍ଧୁକ, ଜଣେ ଗୁରୁତର

ବେଗୁନିଆ(କେନ୍ୟୁଜ୍): ବେଗୁନିଆରେ ଫୁଟିଲା ଗୁଳି । ନୂଆସାହିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ନାଁ ବିଭୁ ପ୍ରସାଦ ଜେନା ଓ ଘର ନୟାଗଡ଼ ଜିଲ୍ଲା ଓଡଗାଁ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁଳିମାଡ଼ କରିଥିବା ବ୍ୟକ୍ତି ତାଙ୍କର ସମ୍ପର୍କୀୟ ।

ପାରିବାରିକ କଳହକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ଜଣା ପଡ଼ିଛି । ବିଭୁ ପ୍ରସାଦଙ୍କ ପେଟ ଉପରେ ବାଜିଛି ଗୁଳି । ଗୁଳି ମାରି ଘଟଣାସ୍ଥଳକୁ ଚମ୍ପଟ ମାରିଛି ଅଭିଯୁକ୍ତ । ତାକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.