ପୁରୀ: ଛେଳି ଦୁର୍ଘଟଣା ପାଇଁ କଳି, ଜଣଙ୍କୁ ବୀଭତ୍ସ ହତ୍ୟା

ଅସ୍ତରଙ୍ଗ(କେନ୍ୟୁଜ୍): ଛେଳି ଉପରେ ଗାଡ଼ି ମାଡ଼ିଗଲା ବୋଲି ଗଡ଼ିଲା ମୁଣ୍ଡ। ଛେଳି ଉପରେ ଗାଡ଼ି ମାଡ଼ିଯିବାରୁ ଜଣଙ୍କୁ ବୀଭତ୍ସ ହତ୍ୟା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳସାହି ପଞ୍ଚାୟତର ପାଟସୁନ୍ଦରପୁର ଗାଁରେ ବୀଭତ୍ସ ହତ୍ୟା। ଅକ୍ଷୟ ଦାସ ଛେଳି ଚରାଇବାକୁ ଦେବୀନଦୀ ପଠାକୁ ନେଇ ଯାଉଥିବା ବେଳେ ଛେଳି ଉପରେ ମୋଟର ସାଇକେଲ ଚଢିଯାଇଥିଲା। ଏହାକୁ ନେଇ ମୋଟର ସାଇକେଲ ଚାଳକ ରାଜୁଆ ଦାସଙ୍କ ସହ ଅକ୍ଷୟଙ୍କ ବଚସା ହୋଇଥିଲା। ଛେଳି ମାଲିକ ରାଜୁଆଙ୍କୁ ନିସ୍ତୁକ ମାଡ ମାରିଥିଲା। ଏଥିରେ ଉତକ୍ଷିପ୍ତ ରାଜୁଆ ୨ଜଣ ସାଙ୍ଗଙ୍କୁ ଆଣି ଅକ୍ଷୟଙ୍କ ପେଟରେ ଭୁଜାଲି ମାଡ଼ କରିଥିଲା।

ଅକ୍ଷୟଙ୍କ ସ୍ତ୍ରୀ ଓ ପୁଅ ଉପରେ ମଧ୍ୟ ହୋଇଥିଲା ଆକ୍ରମଣ। ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ। ଅସ୍ତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅକ୍ଷୟଙ୍କ ସ୍ତ୍ରୀ ଓ ପୁଅଙ୍କ ବୟାନ ରେକର୍ଡ କରିଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.