ବେଗୁନିଆ ଦେଉଳି ଗାଁରୁ ଜଣେ ମାଓବାଦୀ ଗିରଫ

ବେଗୁନିଆ(କେନ୍ଯୁଜ୍) : ବେଗୁନିଆ ଦେଉଳି ଜଙ୍ଗଲରେ ଆଡ୍ଡା ଜମାଇଛନ୍ତି ମାଓବାଦୀ । ଦୁଇ ମାସ ହେବ ଏଠାରେ ମାଓବାଦୀମାନେ ଚଳପ୍ରଚଳ କରୁଛନ୍ତି । ଗତକାଲି ଦେଉଳି ଗାଁରୁ ଜଣେ ସନ୍ଦିଗ୍ଧଙ୍କୁ ଧରିଥିଲେ ଗାଁଲୋକେ । ପୋଲିସ ପଚରାଉଚରା ପରେ ସେ ମାଓବାଦୀ ବୋଲି କହିଥିଲା । ତା ନିକଟରୁ ଅନେକ ତଥ୍ୟ ଓ ମାଓବାଦୀ କ୍ୟାମ୍ପ ବିଷୟରେ ସୂଚନା ପାଇଛି ପୋଲିସ । ଏହା ପରେ ଦେଉଳି ଜଙ୍ଗଲରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍‌ ।

maobadiମାଓ କ୍ୟାମ୍ପ ଠାବ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି ଏସ୍‌ପି ଓ ଦୁଇ ପ୍ଲାଟୁନ୍‌ ଏସ୍‌ଓଜି ଯବାନ । ଗିରଫ ମାଓବାଦୀର ତଥ୍ୟରେ କେତେ ସତ୍ୟତା ରହିଛି, ସେନେଇ ତଦନ୍ତ କରାଯାଉଛି । ଗିରଫ ମାଓବାଦୀର ଘର ନୂଆପଡ଼ା ପୋଟାଙ୍ଗୀ ଗାଁରେ । ସେ ଦୁଇ ମାସ ହେବ ମାଓବାଦୀଙ୍କୁ ରୋଷେଇ ସାମଗ୍ରୀ ନେଇ ଦେବା ସହ ରୋଷେଇ କରୁଥିବା ପୋଲିସ ଆଗରେ କହିଛି ।