ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ: ଦୁଇ ଯବାନ ସହିଦ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ୨୦୪ ବାଟାଲିୟନ୍‌ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ଡେପୁଟୀ କମାଣ୍ଟାଣ୍ଟ ସମେତ ୭ ଜଣ କୋବ୍ରା ଯବାନ ଗୁରୁତର ହୋଇଛନ୍ତି ।

sahidଗୁରୁତରଙ୍କୁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ସହିଦ ଯବାନ ହେଲେ ବିକାଶ କୁମାର ଓ ପୂର୍ଣ୍ଣ ନନ୍ଦ । ପୋଲିସର ଗୁଇନ୍ଦା ସୂଚନା ଅନୁସାରେ ତିପାପୁରମ୍ ସିଆରପିଏଫ୍ କ୍ୟାମ୍ପରୁ କୋବ୍ରା ଯବାନ ଅପରେସନ୍‌ରେ ବାହାରିଥିଲେ । ମାଓବାଦୀମାନେ ପୂର୍ବରୁ ଯବାନଙ୍କୁ ଟାର୍ଗେଟ୍ କରିବା ପାଇଁ ଆମ୍ବୁସ ବିଛାଇ ଜଗି ରହିଥିଲେ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଅପରେସନ୍‌କୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.