କେନ୍ଦୁଝର: ଗ୍ୟାସ୍‌ ଷ୍ଟୋଭ ଦୋକାନରେ ଦୁର୍ଘଟଣା, ଜଣେ ନାବାଳକ ସମେତ ୩ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ଗ୍ୟାସ୍‌ ଷ୍ଟୋଭ ଦୋକାନରେ ଦୁର୍ଘଟଣା । ଷ୍ଟୋଭ ଫାଟି ଜଣେ ନାବାଳକ ସମେତ ୩ ଗୁରୁତର । କେନ୍ଦୁଝର ଜିଲ୍ଲା ଯୋଡାରେ ଅଘଟଣ । ସମସ୍ତ ଗୁରୁତରଙ୍କୁ ଯୋଡା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିିଛି ।

ବେଆଇନ୍‌ ଭାବେ ଗ୍ୟାସ୍‌ ରିଫିଲିଂ କରାଯାଉଥିବା ବେଳେ ଅସାବଧାନତା ଯୋଗୁ ଷ୍ଟୋଭ ଫାଟିଥିବା କୁହାଯାଉଛି । ସୂଚନା ପାଇ ଯୋଡା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପେଟ ଗ୍ୟାସ୍‌ ଷ୍ଟୋଭ ଜଳାଇ ଚେକ୍‌ କରୁଥିବା ବେଳେ ଅଘଟଣ ଘଟିଥିବା ଦୋକାନ ମାଲିକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.