ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍ , ମୋଟ୍ ଗିରଫଦାରୀ ସଂଖ୍ଯା ୭କୁ ବୃଦ୍ଧି

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଉମେଶ ଖଟୁଆ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିବା ବେଳେ ଆଜି ସକାଳୁ ଆଉ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଘଟଣାସ୍ଥଳରୁ ଜବତ କରାଯାଇଥିଲା ।
ଦୁଇଟି ବାଇକ୍ ଓ ୪ଟି ମୋବାଇଲ୍ ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ଶନିବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ମାହାଙ୍ଗା ଥାନାରେ ୧୨ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣିଙ୍କ ପୁଅ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଥିଲା ୫ଟି ସ୍ୱତନ୍ତ୍ର ଟିମ୍ ।