ରାଜ୍ୟ

ପୁଣି ରାଜ୍ଯରେ କରୋନା ମୃତ୍ୟୁ, ଭାଇରସ ନେଲା ଆଉ ଏକ ଜୀବନ

ଗଂଜାମ(କେନ୍ଯୁଜ୍): ପୁଣି ରାଜ୍ଯରେ କରୋନା ମୃତ୍ୟୁ । କରୋନା ସଂକ୍ରମଣ କାରଣରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ଯା ୧୫ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ। ମୃତକ ଜଣକ ଗଂଜାମ ଜିଲ୍ଲାର ୪୬ ବର୍ଷୀୟ ବ୍ଯକ୍ତି ବୋଲି ଜଣା ପଡିଛି। ସୂଚନା ମୁତାବକ ଗଂଜାମ ଜିଲ୍ଲାରେ ସମୁଦାୟ ୭ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ। ଅନ୍ଯପଟେ କରୋନାରେ ଆଉ ଜଣେ ବୟସ୍କଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ବ୍ଯକ୍ତିଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛନ୍ତି। ମୃତ ବ୍ଯକ୍ତି ଜଣକ ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ।  କିନ୍ତୁ କରୋନା ପାଇଁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି।

KNews Bureau

Recent Posts

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

6 mins ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

14 mins ago

ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…

21 mins ago

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…

31 mins ago

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…

40 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

8 hours ago