ଖୋର୍ଦ୍ଧାରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି ।

ଗତକାଲି ରାଜ୍ୟରେ ୭ଟି କରୋନା ପଜିଟିଭ ଚିହ୍ନଟ୍ ହୋଇଥିଲେ । ତେବେ ଆଜି ସକାଳୁ ଆଉଜଣେ ଖୋର୍ଦ୍ଧା ଜିଲ୍ଲାରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ବୟସ ୭୭ ବର୍ଷ ଜଣା ପଡିଥିବା ବେଳେ, ସେ କେଶ ନମ୍ବର ୪୧ ନମ୍ବର ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି | ତାଙ୍କ ଘର ଭୁବନେଶ୍ୱର ସ୍ଥିତ ମଧୁସୂଦନ ନଗରରେ ବୋଲି ସୂଚନା ହସ୍ତଗତ ହୋଇଛି । ତାଙ୍କ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ କଣ୍ଟାକଟ ଟ୍ରେସିଙ୍ଗ ପ୍ରକ୍ରିୟା ଜାରିରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି । ସେଥିମଧ୍ୟରୁ ୮୦ ଜଣଙ୍କ ଚିକିତ୍ସା ଚାଲିଛି ଏବଂ ୩୮ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.