ରାଜ୍ୟରେ ଲାଗୁ ହେବ ୱାନ୍ ନେସନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଲାଗୁ ହେବ ୱାନ୍ ନେସନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା । ଏଣିକି ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ରାସନ ସାମଗ୍ରୀ ଉଠାଇପାରିବେ । କେନ୍ଦ୍ର ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ସେହି ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଏହାକୁ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେପେ୍ଟେମ୍ବର ୧ରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।