ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ, SLR ବନ୍ଧୁକ ସହ ମାଓସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୋଲିସର ଏନକାଉଣ୍ଟର ।  ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ।  ଧମତରୀ ଜିଲ୍ଲା ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଘଟଣା ସ୍ଥଳରୁ ଗୋଟିଏ SLR ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି ।  ବିଶ୍ୱସ୍ତ ସୂତ୍ରରୁ ଏନେଇ ସୂଚନା ପାଇବା ପରେ ତୁରନ୍ତ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ଡିଆରଜି ଟିମ୍‌ ସହ ଜଙ୍ଗଲରେ ଚଢାଉ କରିଥିଲେ । ହେଲେ ଏଠାରେ ନକ୍ସଲ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।  ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  କିଛି ସମୟ ମଧ୍ୟରେ ନକ୍ସଲମାନେ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲର ମୃତଦେହ ଜବତ କରିଥିଲା ପୋଲିସ ।  ସେହିପରି ଘଟଣାସ୍ଥଳରୁ ଏସଏଲଆର ବନ୍ଧୁକ ଜବତ କରାଯାଇଥିଲା । ଏଥିସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।   ପୋଲିସ ମୃତ ମାଓବାଦୀକୁ ଚିହ୍ନଟ କରୁଛି ।  ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।