ମାହାଙ୍ଗା ଡବଲ ମର୍ଡର ମାମଲା, ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଗିରଫ

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ମାମଲାରେ ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଗିରଫ । ତେବେ ତାଙ୍କୁ ମୃତ କୁଳମଣି ବରାଳଙ୍କ ଦୁଇ ପୁଅ ଫସାଇ ଦେଇଥିବା ଭିକାରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । କହିଛନ୍ତି, ଏହି ମର୍ଡର ଘଟଣାରେ ସେ କିଛି ଜାଣିନାହିଁ । ୧୯୯୭ ମସିହାରୁ ତାଙ୍କ ସହ ରାଜନୈତିକ ଶତ୍ରୁତା ରହିଛି ।

ମାହାଙ୍ଗା ଡବଲ ମର୍ଡର ମାଲମାରେ ମୋଟ ୧୪ଜଣଙ୍କ ନାଁ ଥିବା ବେଳେ ଭିକାରୀ ସ୍ୱାଇଁଙ୍କୁ ମିଶାଇ ଏଯାଏ ୮ ଜଣଙ୍କୁ ଗିରଫ କରାଯାଇଛି । ଗତ ଜାନୁଆରୀ ୨ ତାରିଖ ରାତିରେ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଫେରୁଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.