ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ, ଏବେ ବି ୧୭ ଜଣ ଗୁରୁତର
ଗଞ୍ଜାମ: ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ଦେଶୀ ମଦ ପିଇ ଜଣେ ମୃତ । ମୃତକ ହେଲେ ଜୁର ବେହେରା । ବିଷାକ୍ତ ଦେଶୀ ମଦ ପିଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଜୁର । ବିଷାକ୍ତ ଓ ଅପମିଶ୍ରିତ ମଦ ପିଇ ଚିକିଟି ବ୍ଲକର ୧୭ ଜଣ ଗୁରୁତର ହୋଇଥିଲେ । ଅଧିକାଂଶ ଅସୁସ୍ଥ ଚିକିଟି ବ୍ଲକ କରବାଲୁଆ ଓ ଜେନାପୁର ଗାଁରହୋଇଥିବ ସୂଚନା ।
୧୭ ଜଣ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ୱାର୍ଡରେ ୧୨ ଜଣଏବଂ ICUରେ ୨ ଜଣ ଚିକିତ୍ସିତ ହେଉଛନ୍ତି। ବିଷାକ୍ତ ମଦ ପିଇବା ଘଟଣାରେ ଗତକାଲି ମାଷ୍ଟର ମାଇଣ୍ଡ ସୁରେନ୍ଦ୍ର ମଳିକ ସମେତ ୭ଜଣ ଗିରଫ ହୋଇଛନ୍ତି । ମାଉନ୍ଦପୁର ଗାଁରେ ଅବକାରୀ ବିଭାଗ ଓ ପୋଲିସ ଚଢାଉ କରି ଜବତ କରିଛି ୫୫ଲିଟର ଦେଶୀ ମଦ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିଶନର ନରସିଂହ ଭୋଳ ମେଡିକାଲରେ ପହଞ୍ଚି ଘଟଣାର ତନାଘନା କରିଛନ୍ତି। ଚଢଉ ବେଳେ ୨ଜଣଙ୍କୁ ଘରୁ ୬୦ ଲିଟର ବିଷାକ୍ତ ତଥା ଅପମିଶ୍ରିତ ମଦ ଜବତ ହୋଇଛି । ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ।