ସାପ କାମୁଡ଼ାରେ ଗାଁର ଜଣେ ମରିବା ପରେ ଆଉ ଜଣେ ସେହିସାପକୁ ଖେଳାଇ ଗୁରୁତର

ଆନନ୍ଦପୁର(କେନ୍ୟୁଜ): ଘର ବାଡ଼ିରେ ସାପ ଦେଖି ସବୁଦିନ ଗୋଡ଼ାଇ ଯାଉଥିଲେ ବ୍ୟକ୍ତି, ଅନେକ ଥର ସାପକୁ ଧରିଛନ୍ତି ଏବଂ ଛାଡିଦେଇଛନ୍ତି ହେଲେ ଶୁକ୍ରବାର ସବୁକିଛି ସରିଗଲା । ସାପ କାମୁଡା ରେ ଜୀବନ ହାରିରେ ବ୍ୟକ୍ତି। ଆନନ୍ଦପୁର ଥାନା ଶାଳବଣି ଗାଁରେ ସାପ ଧରିବାକୁ ଚେଷ୍ଟା କରୁଥିବା ବେଳେ ସାପ ରାଗିଯାଇ କାମୁଡି ଦେଲା। ବ୍ୟକ୍ତି ସାହସ ଦେଖାଇ ଆଉ ଥରେ ସାପକୁ ଧରିବାକୁ ଲାଗିଲେ, ପୁଣି ଥରେ ସାପ କାମୁଡି ଦେଲା।

ବ୍ୟକ୍ତି ସିଧା ଘରକୁ ଧାଇଁଆସି ଟଳି ପଡିଲେ। ମୃତକ ହେଉଛନ୍ତି ଦୈତାରୀ ନାଥ। ସ୍ଥାନିୟ ଲୋକଙ୍କ କହିବା ଅନୁସାରେ ଦୈତାରୀ ସାପ ଧରିବାରେ ଧୁରନ୍ଧର। ଆଖପାଖ ଅଞ୍ଚଳରେ କାହାରି ଘରେ ସାପ ପଶିଗଲେ ଦୈତାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଆସିଥାନ୍ତି । ତେବେ ଶୁକ୍ରବାର କୈଣସି ସ୍ଥାନରୁ ଦୈତାରୀ ଏକ ନାଗ ସାପ ଉଦ୍ଧାର କରି ଆଣିଥିଲେ । ସେହି ସାପ କୁ ଜଙ୍ଗଲକୁ ଛାଡିବା ସମୟରେ ଗାଁ ଦାଣ୍ଡରେ କିଛି ସମୟ ଖେଳ ଦେଖାଇ ଥିଲେ । ଅସାବଧାନତାରୁ ସାପଟି ନିୟନ୍ତ୍ରଣ ବାହାରକୁଯାଇ ହାତକୁ ଚୋଟ ମାରିଚାଲିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ପହଁଞ୍ଚାଇଥିଲେ ପରିବାର ଲୋକେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସେହି ଗାଁର ଆଉ ଜଣେ ବ୍ୟକ୍ତି ଭିକାରୀ ଚରଣ ସାହୁ ସେହି ସାପକୁ ଖେଳାଇବାକୁ ଲାଗିଲେ । ଏବଂ ସାପ ଟି ପୁଣି ସେହି ବ୍ୟକ୍ତିଙ୍କୁ ବି କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାରେ ଅଛନ୍ତି ।

Leave A Reply

Your email address will not be published.