ଖୋର୍ଦ୍ଧା ଟାଙ୍ଗୀରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଶିକ୍ଷକ ମୃତ ଅନ୍ୟ ଜଣ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ  ବଡପାରୀ ଛକରେ  ବାଇକ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ  ଜଣେ ଯୁବକ  ଗୁରୁତର ହୋଇଛନ୍ତି । ମୃତ ଶିକ୍ଷକ ଜଣକ ହେଉଛନ୍ତି ସନ୍ତୋଷ କୁମାର ରାଉତରାୟ (୩୮) ଘର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ବୃନ୍ଦାବନବିହାରୀପୁର ଗ୍ରାମରେ । ଗୁରୁତର ଯୁବକ ଟାଙ୍ଗୀ ମାନପୁର ପାଟଣାର ରାଜ କୁମାର ବେହରା ବୋଲି ଜଣା ପଡିଛି ।

 ନିଜ ସ୍କୁଟିରେ ଟାଙ୍ଗୀରୁ ଏକ ବିବାହରେ ଯୋଗଦେଇ ନିଜ ଗାଁକୁ ଫେରୁଥିବା  ବେଳେ ସାମ୍ନା ପଟୁ ଏକ ଦୃତଗାମୀ ବାଇକ୍ ତାଙ୍କ ସ୍କୁଟିକୁ  ଶକ୍ତଧକ୍କା ଦେଇଥିଲା । ଫଳରେ  ସ୍କୁଟି  ଆରୋହୀ ସହ  ବାଇକ୍ ଆରୋହୀ ଉଭୟ ଗୁରୁତର ଭାବେ  ଆହତ ହୋଇଥିଲେ । ଉଭୟଙ୍କୁ  ସ୍ଥାନୀୟ  ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମେଡିକାଲରେ ଉପସ୍ଥିତ ଡାକ୍ତର ଶିକ୍ଷକ ସନ୍ତୋଷ କୁମାର ରାଉତରାୟଙ୍କୁ ମୃତ ଘୋଷଣା କରିଛନ୍ତି । ଗୁରୁତର ଯୁବକଙ୍କୁ ଭୁବନେଶ୍ବର  ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.