ମୟୂରଭଞ୍ଜ: ବାଙ୍ଗିରିପୋଷି ଭାଲିଆଡହର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ୍ୟୁ ଓ ଜଣେ ଗୁରୁତର

ମୟୂରଭଞ୍ଜ(କେନ୍ୟୁଜ୍):  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭାଲିଆଡହର ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୃତକ ହେଲେ ବଙ୍ଗରିପୋଷି ବ୍ଲକର ପୁରୁଣାପାଣି ଗ୍ରାମର ଶମ୍ଭୁ ଦେହୁରୀ। ସୂଚନା ଅନୁସାରେ ବଙ୍ଗରିପୋଷି ଆଡୁ ବାରିପଦା ଅଭିମୁଖେ ଆସୁଥିବା ବାଇକକୁ କଳାବାଡ଼ିଆ ଆଡୁ ବଙ୍ଗରିପୋଷି ଯାଉଥିବା ଇଟା ବୋଝେଇ ଟ୍ରକ ସାମ୍ନାସାମ୍ନି ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା। ବାଙ୍ଗରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ଶବକୁ ଜବତ କରି ବଙ୍ଗରିପୋଷି  ପ୍ରାଥମିକ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ଲେବର ଫେରାର ଥିବା ବେଳେ, ବାଇକ ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରୀରଖିଛି ପୋଲିସ।