ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
କେନ୍ଦୁଝର ଜିଲ୍ଲା ବାଙ୍ଖିଡି ଛକରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି । ମୃତକ ହରିଚନ୍ଦନପୁର ଥାନା ଅଞ୍ଚଳର ଦେବ ନାୟକ ବୋଲି ଜଣାପଡିଛି।

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ବାଙ୍ଖିଡି ଛକରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି । ମୃତକ ହରିଚନ୍ଦନପୁର ଥାନା ଅଞ୍ଚଳର ଦେବ ନାୟକ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ସକାଳୁ ଦେବ ନାୟକ ବାଇକ୍ ଯୋଗେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା । ହେଲେ ବାଙ୍ଖିଡି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।