ଶୌଚ ପାଇଁ ଯାଇଥିଲେ ଧକ୍କା ଦେଲା ଟ୍ରେନ୍ , କଟିଗଲା ଯୁବକଙ୍କ ଗୋଡ଼

କାମାକ୍ଷାନଗର: ଟ୍ରେନ୍‌ ଧକ୍କାରେ କଟିଗଲା ଗୋଡ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । କାମାକ୍ଷାନଗର ଥାନା ଅନଗୁଳ -ସୁକିନ୍ଦା ରେଳପଥର ମହୁପାଳ ନିକଟରେ ଏପରି ଦୁର୍ଘଟଣା ଘଟିଛି । ଯୁବକ ଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପ୍ରଧାନ ।

ସୂଚନା ଅନୁସାରେ ବିବେକ ଗାଁର ଅନ୍ୟ ଜଣେ ସାଙ୍ଗଙ୍କ ସହ ଅନଗୁଳ -ସୁକିନ୍ଦା ରେଳପଥ ପାର ହୋଇ ଶୌଚ ନିମନ୍ତେ ଅପରପାର୍ଶ୍ଵକୁ ଯାଉ ଥିଲେ । ଏହି ସମୟରେ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ ଦେଇ ଯାଉଥିବା ଏକ ଟ୍ରେନ୍‌ରେ ବିବେକ ପ୍ରଧାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଟ୍ରେନ୍‌ ଧକ୍କାରେ ବିବେକ ପ୍ରଧାନଙ୍କ ଗୋଡ କଟିଯାଇଥିଲା । ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ହିଁ ପଡିରହିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ବିବେକ ପ୍ରଧାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ ।  ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ବିବେକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like